Spread the love

ପର୍ଥ: ପ୍ରେମିକାକୁ ଦେଖା କରିବା ପାଇଁ ଜଣେ ପ୍ରେମିକ କରୋନା ନିୟମ ଭାଙ୍ଗି ସଙ୍ଗରୋଧରୁ ଲୁଚି ପଳାଇ ଧରାପଡ଼ିବା ପରେ ୬ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବା ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି । ଘଟଣାଟି ଅଷ୍ଟ୍ରେଲିଆରେ ଘଟିଛି ।
ଖବରରୁ ପ୍ରକାଶ ଯେ, ୟୁସୁଫ ନାମକ ଜଣେ ଯବକ ଅଷ୍ଟ୍ରେଲିଆର ଏକ ତାରକା ହୋଟେଲରେ ସଙ୍ଗରୋଧରେ ରହିଥିଲେ । ତେବେ ୧୪ଦିନ ସଙ୍ଗରୋଧ ତାଙ୍କ ପାଇଁ ଅସହ୍ୟ ହୋଇଥିଲା । କାରଣ ହୋଟେଲରୁ କିଛି ଦୂରରେ ତାଙ୍କ ପ୍ରେମିକାଙ୍କ ଘରଥିବା ବେଳେ ସେ ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ । ହୋଟେଲରୁ ଯିବା ପାଇଁ କେଉଁଠିକି ଅନୁମତି ନଥିବା ବେଳେ ୟୁସୁଫ କିନ୍ତୁ ଏଥିପାଇଁ ଉପାୟ ଚିନ୍ତା କରି ଏକ ସିଢ଼ି ସାହାଯ୍ୟରେ ହୋଟଲର ୩ୟ ମହଲାରୁ ତଳକୁ ଓହ୍ଲାଇ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ । ଅଗଷ୍ଟ ୧ରୁ ଆରମ୍ଭ ହୋଇ ଏହି ଘଟଣା ୩ଦିନ ଧରି ଚାଲିବା ପରେ ୪ର୍ଥ ଦିନ କିନ୍ତୁ ସବୁ ଓଲଟ ପାଲଟ ହୋଇ ଯାଇଥିଲା । ପ୍ରେମିକାଙ୍କ ଜନ୍ମଦିନ ପାଳନ ପାଇଁ ସେ ତାଙ୍କ ରୁମ୍‌ରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ ପହଞ୍ôଚଥିଲା । ପୋଲିସ ଘର ତଲାସି କଲାବେଳେ ୟୁସୁଫ ଏକ ଆଲମିରାରେ ଥିବା ଜଣାପଡ଼ିଥିଲା । ପରେ ପୋଲିସ ତାଙ୍କୁ ଗରିଫ କରି କୋର୍ଟରେ ହାଜର କରିଥିଲା । କୋର୍ଟ ମାତ୍ର ୨ଦିନ ରେ ଏହି ଘଟଣାର ବିଚାର ଶେଷ କରି ଯୁବକ ଜଣଙ୍କୁ ୬ମାସ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି । ତନ୍ମଧ୍ୟରୁ ଗୋଟିଏ ମାସ ସେ ଏବେ ଦାରାଦଣ୍ଡ ଭୋଗିବେ ଓ ୧ ବର୍ଷ ପରେ ଅବଶିଷ୍ଟ ଦଣ୍ଡ ଭୋଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ , ସମଗ୍ର ଅଷ୍ଟ୍ରେଲିଆରେ କରୋନା ସଙ୍ଗରୋଧ ନିୟମ ଭାଙ୍ଗିବା ଅଭିଯୋଗରେ ପୋଲିସ ମାତ୍ର ୫ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବା ପରେ ସେମାନଙ୍କୁ ଦଣ୍ଡିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here