Spread the love

ମୁମ୍ବାଇ
ମହାରାଷ୍ଟ୍ରରେ ସରକାର ବିରୋଧୀ ରାଜନୀତି ଜୋର ଧର ରହିଛି । ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ପରେ ଏବେ ଅବସର ପ୍ରାପ୍ତ ନୌସେନା କର୍ମଚାରୀ ମଦନ ଶର୍ମା ଆଜି ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୋଗୁଁ ଶିବସେନା କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ଶ୍ରୀ ଶର୍ମା ଏହା ଉପରେ ପ୍ରତିକ୍ରିୟା ଦେଇ ଉଦ୍ଧବ ଠାକରେ ଇସ୍ତଫା ଦେଇଦିଅନ୍ତୁ ବୋଲି କହିଥିଲେ । ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଆକ୍ରମଣକୁ ନିନ୍ଦା କରିବା ପରିବର୍ତ୍ତେ ତାହାକୁ ସମର୍ଥନ କରିଥିଲେ । ଏତେ ବଡ ରାଜ୍ୟରେ ଏହା ସାମାନ୍ୟ କଥା ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here