Spread the love

ନୂଆଦିଲ୍ଲୀ : ଜଣେ ଝିଅ ସାବାଳିକା ହେବା ଓ କୌଣସି ଶାରିରୀକ ବିକଳାଙ୍ଗ କିମ୍ବା ମାନସିକ ରୋଗ ଗ୍ରସ୍ତ ହୋଇ ନଥିଲେ ପିତା-ମାତାଙ୍କ ଠାରୁ ବିବାହ ପର୍ଯ୍ୟନ୍ତ ଭରଣ ପୋଷଣ ଦାବି କରି ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏନେଇ ଜଣେ ଯୁବତୀ ରିୱାରୀ ପ୍ରଥମ ଶ୍ରେଣୀ ବିଚାରାଳୟରେ ଏକ ମକଦ୍ଦମା କରିଥିଲେ । ମାନ୍ୟବର ବିଚାରପତି ଏହାକୁ ଖାରଜ କରିଥିଲେ । ପରେ ସଂପୃକ୍ତ ଯୁବତୀ ଜଣକ ହାଇକୋର୍ଟ ଓ ପରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହୁନ୍ଦୁ ଆଇନ ଧାରା ୨୦ ଆଡ଼ପସନ ଓ ମେଣ୍ଟେନାନ୍ସ ୧୯୫୬ ଅନୁଯାୟୀ ଯୁବତୀ ଜଣକ ଭରଷ ପୋଷଣ ଦାବି କରିଥିଲେ । ତେବେ ମାନ୍ୟବର ସୁପ୍ରିମ କୋର୍ଟର ବିଚାର ପତି ଅଶୋକ ଭୂଷଣ ହିନ୍ଦୁ ଅଇନ ୨୦(୩) ଅନୁଯାୟୀ ସଂପୃକ୍ତ ଯୁବତୀଙ୍କ ଆବେଦନକୁ ଖାରଜ କରିଥିଲେ । ଯୁବତୀ ଜଣକ ସାବାଳିକା ହେବା ପର୍ଯ୍ୟନ୍ତ ବାପା-ମାଆ ତାଙ୍କୁ ଭରଣ ପୋଷଣ ଦେବେ ଓ ସାବାଳିକା ହୋଇଥିବା ଯୁବତୀଙ୍କର ଯଦି କୌଣସି ମାନସିକ କିମ୍ବା ଶାରିରୀକ ଅକ୍ଷମତା ନାହିଁ ତେବେ ତାଙ୍କୁ କୌଣସି ପ୍ରକାର ଭରଣ ପୋଷଣ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ମାନ୍ୟବର ଖଣ୍ଡପୀଠ ରାୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here