Spread the love

ନୁଆଦିଲ୍ଲୀ: ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଅନ୍ତଃରାଜ୍ୟ ଚଳାଚଳ ପାଇଁ ଏକକ ଗମନାଗମନ ନୀତି ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାନା ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ଉକ୍ତ ତିନି ରାଜ୍ୟର ଏକ ବୈଠକ ଡକାଇ ଏକ କମନ ପୋର୍ଟାଲ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଏନସିଆର ପାଇଁ ‘ଏକ ନୀତି-ଏକ ରାସ୍ତା-ଏକ ପୋର୍ଟାଲ’ କାର୍ଯ୍ୟକାରୀ କରିବା ଜରୁରୀ ହୋଇପଡ଼ିଛି । ମାତ୍ରାଧିକ କରୋନା ସଂକ୍ରମଣ ପାଇଁ ଦିଲ୍ଲୀ ସରକାର ରାଜ୍ୟ ସୀମାକୁ ସିଲ କରିବାର କିଛି ଘଣ୍ଟା ପୂର୍ବରୁ ହରିୟାନା ସରକାର ଗୁରଗାଓଁ-ଦିଲ୍ଲୀ ସୀମାକୁ ସଂଶୋଧିତ ଲକଡାଉନ ଗାଇଡ଼ ଲାଇନ ଅନୁଯାୟୀ ଖୋଲିଥିଲେ । ଏହି ସଂଶୋଧିତ ଗାଇଡ଼ ଲାଇନ ଅନୁଯାୟୀ ଇ-ପାସ କିମ୍ବା ସ୍ୱତନ୍ତ୍ର ପରମିଟ ବିନା ଅଣଅତ୍ୟାବଶ୍ୟକ ଯାନ ଚଳାଚଳ କରିପାରିବ । ତେବେ ଉତ୍ତର ପ୍ରଦେଶ ସରକାର ଦିଲ୍ଲୀ ସୀମାକୁ ଲାଗିକରି ଥିବା ନୋଇଡ଼ାକୁ ସମସ୍ତ ରାସ୍ତା ଏପ୍ରିଲରୁ ସିଲ କରିଛନ୍ତି ଓ ଉକ୍ତ ଆଦେଶ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଫଳରେ ଦିଲ୍ଲୀ-ଗୁରୁଗାଓଁ ସୀମାରେ ପ୍ରବଳ ଭିଡ଼ ହେବା ସହ ହରିୟାନା ସରକାରଙ୍କ ଆଦେଶ ସତ୍ତ୍ୱେ ଗାଡ଼ି ଚାଳକଙ୍କୁ ଇ-ପାସ ଦେଖାଇବାକୁ କୁହାଯାଇଥିଲା । ଫଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିଲା ।

LEAVE A REPLY

Please enter your comment!
Please enter your name here