Spread the love

କଟକ: ମାଲଗୋଦାମକୁ ଲାଗି କରି ଥିବା ବେହେରା ସାହିରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଲଗୋଦାମକୁ ୩ଟି ପର୍ଯ୍ୟାୟରେ ଖୋଲିବା ପାଇଁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଟକ ଚାମ୍ବର୍‌ ଅଫ୍‌ କମର୍ସର ଚିଠି ଆଧାରରେ ସିଏମସି ଏହି ନିଷ୍ପତ୍ତି ନେଇଛି । ପ୍ରଥମ ପର୍ଯ୍ୟାୟରେ ଅଣଅତ୍ୟାବଶ୍ୟକ ଦୋକାନ ଓ ଗୋଦାମ ସକାଳ ୬ଟାରୁ ଦିନ ୧୦ଟା ଯାଏ ଖୋଲା ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲସେଲ ଦୋକାନ ଦିନ ୧୦ଟାରୁ ଦିନ ୨ଟା ଯାଏ ଖୋଲାରହିବ । ତୃତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଜିନିଷ କାରବାର କରୁଥିବା ଖୁଚୁରା ଦୋକାନ ଦିନ ୨ଟାରୁ ରାତି ୮ଟା ଯାଏ ଖୋଲା ରହିବ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ବୁଧବାର ମାଲଗୋଦାମ ବନ୍ଦ ରହିବ । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ମାଲଗୋଦାମ ପ୍ରତି ବୁଧବାର ବନ୍ଦ ରହିବ । ମାଲଗୋଦାମ କଟକ ସହରର ନୁଆ କରୋନା ହଟସ୍ପଟ ପାଲଟିଛି ।

LEAVE A REPLY

Please enter your comment!
Please enter your name here