Spread the love

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ହତ୍ୟା ଧମକ । ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ କେହିଜଣେ ବ୍ୟକ୍ତି ୨ଥର ଫୋନ କରି ତାଙ୍କୁ ହତ୍ୟା ଧମକ ଦେଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ଦାଉଦ ଇବ୍ରାହିମର ଲୋକବୋଲି ଦାବି କରିଛି । ଏହା ସହ ଉଦ୍ଧବଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି ।ମୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି । ଉଦ୍ଧବଙ୍କୁ ଧମକ ମିଳିବା ପରେ ତାଙ୍କ ବାସଭବନର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here