Spread the love

ନୂଆଦିଲ୍ଲୀ
ଭାରତୀୟ ହକି ଟିମର ସଦସ୍ୟ ମନଦୀପ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଟିମର ଷଷ୍ଠ ଖେଳାଳୀ ଭାବେ ସେ ଏଥିରେ ସଂକ୍ରମିତ ହୋଇଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(ସାଇ) ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ଦିଆଯାଇଛି । ଜଳନ୍ଧର ୨୫ ବର୍ଷୀୟ ଖେଳାଳୀ ମନଦୀପଙ୍କ ସମେତ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଅଭ୍ୟାସ କରିଥିବା ୨୦ ଖେଳାଳୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ମନଦୀପଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ଏବଂ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା । ସେ ଏବେ ଅନ୍ୟ ୫ ଜଣ ଖେଳାଳୀଙ୍କ ସହ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ସାଇ କେନ୍ଦ୍ରରୁ ଆସିବା ପରେ ହକି ଟିମର ଅଧିନାୟକ ମନପ୍ରୀତ ସିଂହ, ଡିିଫେଣ୍ଡର ସୁରେନ୍ଦ୍ର କୁମାର, ଜସ୍କରନ ସିଂହ, ଡ୍ରାଗ ଫ୍ଲିକର ବରୁଣ କୁମାର ଏବଂ ଗୋଲ କିପର କ୍ରୀଷ୍ଣା ବାହାଦୁର ପାଠକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତ ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲ ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here