Spread the love

ନୂଆଦିଲ୍ଲୀ : ସଂପ୍ରତି ଟିଭି ରେଟିଂ ଚକ୍କରରେ ଯେଉଁଭଳି ଭାବେ ଜାତୀୟ ଓ ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକ ପ୍ରତିଦିନ ମନ ମୁତାବକ ଡିବେଟ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ତାହା ଚିନ୍ତା ଜନକ ହୋଇ ପଡ଼ିଛି । ଏପରିକି ସାଧାରଣ ସୌଜନ୍ୟତା ମଧ୍ୟ ଆଙ୍କରମାନଙ୍କର ରହୁନାହିଁ । ଅଧିକାଂଶ ସମୟରେ ଆଙ୍କରମାନେ ତଥାକଥିତ ଟିଭି ରିପୋଟିଂ ଓ ମେଡ଼ିଆ ପାୱାର ଆଳରେ ମନଇଚ୍ଛା ପ୍ରଶ୍ନ ଉଚ୍ଚ ସ୍ୱରରେ ପଚାରୁଛନ୍ତି । ଏପରିକି ଅତିଥିମାନଙ୍କୁ ଡାକି ସେମାନଙ୍କୁ ବିଭିନ୍ନ ସମୟରେ ଧମକାଇ ପ୍ରଶ୍ନ କରୁଛନ୍ତି । ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଓ ନେତାଙ୍କୁ ପ୍ରଶଂସା କରିବା ଆଳରେ ସେମାନେ ଅନ୍ୟମାନଙ୍କୁ ନ୍ୟୁନ ଭାବେ ଖବର ପରିବେଷଣ କରୁଛନ୍ତି । ଡିବେଟରେ ଉତ୍ତର ଦାତାମାନଙ୍କୁ ପ୍ରଶ୍ନ ପଚାରି ଉତ୍ତର କୁହାଇ ଦେଉ ନାହାନ୍ତି । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଘଟଣା ପୂର୍ଣ୍ଣ ଓ ଚିନ୍ତା ଜନକ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଆଜି ମତ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here