Spread the love

ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନ୍ରାଙ୍କୁ ଗୁରୁବାର ଜାମ୍ମୁକାଶ୍ମୀରର ନୂଆ ଉପ-ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧୁବଦ୍ଧ ଭାବେ ଘୋଷଣା କରାଯାଇଛି । ସେହିପରି ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୂର୍ମୁଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରି ନେଇଛନ୍ତି । ତେବେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଗିରୀଶ ମୂର୍ମୁ ଦେଶର ଆଗାମୀ ସିଏଜି ହୋଇପାରନ୍ତି । ରାଜୀବ ମହର୍ଷି ଏବେ ଏହି ପଦବୀରେ ଅଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା । ଏହା ପରେ ଗତ ଅକ୍ଟୋବରରେ ଓଡିଶର ଗିରୀଶ ଚନ୍ଦ୍ର ମୂର୍ମୁଙ୍କୁ ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here