Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସ ନିଜ କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣ ମାମଲା ଦିନକୁ ଦିନ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ସାଧାରଣ ଲୋକଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ରାଜ୍ୟର ଅଧିକାଂଶ ନେତା ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗତ କାଲି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏଥିରେ ସଂକ୍ରମିତ ହେଉଛନ୍ତି । ତେବେ ଏମାନଙ୍କ ଦ୍ୱାରା ଅଧିକାଂଶ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି । କାରଣ ନେତା ମାନେ ବିଭନ୍ନ ବୈଠକ, ଜନସଭା ଆଦିକୁ ଯାଇଥାନ୍ତି । ଏମାନେ କରୋନାର ସୁପର ସ୍ପ୍ରେଡର ହେବାର ସମ୍ଭାବନା ଅଧିକ । ଏହା ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବରୀ ବିଧାୟିକା ସୁନନ୍ଦା ଦାସ, ନୀଳଗିରି,ସାଲେପୁର ରେମୁଣା, ପୋଲସରା, ପଟାଙ୍ଗୀ, ବଡମ୍ବା, ଭୂବନେଶ୍ୱର ମଧ୍ୟ,ଚାନ୍ଦବାଲି, ଭଦ୍ରକ, ଭୁବନେଶ୍ୱର ଉତ୍ତର, ବରୀ, ଖଣ୍ଡପଡା ଏବଂ ବ୍ରହ୍ମପୁର ବିଧାୟକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ।ଏମାନଙ୍କ ମଧ୍ୟରୁ ଅଧିଂକାଶ ମଧ୍ୟ ସୁସ୍ଥ ହୋଇ ଗଲେଣି ।

LEAVE A REPLY

Please enter your comment!
Please enter your name here