Spread the love

ଆଗ୍ରା: ସୋମବାର ଆଗ୍ରାର ସିକନ୍ଦ୍ରା ଅଞ୍ଚଳରେ ଥିବା ଦୁଇଟି ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଯୋଗ୍ୟ , ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥରେ ପନିପରିବା ବଜାର ନିକଟରେ ସମୀପ ଟୋପ୍ଲାଷ୍ଟ ଏବଂ ଆଗ୍ରା କେମିକାଲ୍ ନାମକ ଦୁଇଟି କାରଖାନା ରହିଛି। ଏହି ଉଭୟ କାରଖାନାରେ ନିଆଁ ଲାଗିଯାଇଥିଲା। ଅନେକ ଦୂର ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କଳା ଧୂଆଁ ଦେଖାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ସହ ଆଠଟି ଅଗ୍ନିଶମ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here