Spread the love

ନୂଆଦିଲ୍ଲୀ : ଚଣ୍ଡିଗଡ଼ରୁ ମୁମ୍ବାଇ ଆସୁଥିବା କଙ୍ଗନା ରାନାୱତଙ୍କ ମତାମତ ନେବା ପାଇଁ କିଛି ସାମ୍ବାଦିକ ଇଣ୍ଡିଗୋ ପ୍ଲାଇଟରେ ପଶି କୌଣସି ନିୟମ ନମାନି ସୁଟିଂ କରିବା ଘଟଣାରେ ଡିଜିସିଏ ଇଣ୍ଡିଗୋ କର୍ତ୍ତପକ୍ଷଙ୍କ ଠାରୁ କୈଫୟତ ତଲବ କରିଛନ୍ତି । ତେବେ ଇଣ୍ଡିଗୋ କତ୍ତୃପକ୍ଷ ଏନେଇ କୌଣସି ନିୟମ ଉଲଙ୍ଘନ ହୋଇନଥିବା ଜଣାଇଛନ୍ତି । କ୍ୟାବିନ କ୍ରିଉମାନେ ନିୟମିତ ଭାବେ ବିମାନ ମଧ୍ୟରେ ଫଟୋ ନଉଠାଇବା ପାଇଁ ଘୋଷଣା କରିଥିଲେ । ତଥାପି ଫଟୋ ସାମ୍ବାଦିକମାନେ ଏହାକୁ ନମାନି କଙ୍ଗନାଙ୍କର ଭିଡ଼ିଓ ସୁଟିଂ କରିଥିଲେ । ଏନେଇ କଙ୍ଗନା କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି । ସେ ଇଣ୍ଡିଗୋ ଫ୍ଲାଇଟର ପ୍ରଥମ ଧାଡ଼ିରେ ବସିଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here