Spread the love
ଭୁବନେଶ୍ୱର : ଫୁଣି ଥରେ ସଫଳତା ଶୀର୍ଷରେ ସାମିଲ୍ ହେଲା ଓଡ଼ିଆ ଭାଷା ।ଆଜି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସାମିଲ୍ ହେବା ନେଇ ମାଇକ୍ରୋସଫ୍ଟ ପକ୍ଷରୁ  ଘୋଷଣା କରାଯାଇଛି । ଏହି ଅନୁସାରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ, ଟ୍ରାନ୍ସଲେଟର ଫର ବିଙ୍ଗ ଓ ମାଇକ୍ରୋସଫ୍ଟ ଆଜ୍ୟୋର କଗନିଟିଭ ସର୍ଭିସେସ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷାର ଅନୁବାଦ ଉପଲବ୍ଧ ହେବ । ଅର୍ଥାତ ଯେଉଁ ଭାଷାରେ ଲେଖିଲେ ତାହା ଓଡ଼ିଆ ଭାଷାରେ ଅନୁବାଦ ହୋଇ ପାରିବ । ପୂର୍ବରୁ ଗୁଗୁଲ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷାକୁ ସାମିଲ କରାଯାଇଥିଲା । ଅନ୍ୟପଟେ ଏହି ଖବର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ଜରିଆରେ ନିଜର ଖୁସି ଜାହିର କରିଛନ୍ତି । ଏହାସହ ମାଇକ୍ରୋସଫ୍ଟରେ ସାମିଲ ହେବାରେ ଏହା ୧୨ତମ ଭାରତୀୟ ଭାଷାରେ ପରିଣତ ହୋଇଛି ।ବିଶ୍ୱସ୍ତରୀୟ ସୂଚନା  ଓଡ଼ିଆରେ ମିଳିପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here