Spread the love

ଭୁବନେଶ୍ୱର: ୧୦-୦୮ , ଟାଟା ପାୱାରା ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ଗ୍ରାହକ ସେବା କଲ୍‌ ସେଣ୍ଟରକୁ ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଉଦଘାଟନ କରିଛନ୍ତି । ଏହି ଗ୍ରାହକ ସେବା କଲ୍‌ ସେଣ୍ଟର ସମଗ୍ର ରାଜ୍ୟ ପାଇଁ ୨୪ ଘଣ୍ଟା ନିରବଛିନ୍ନ ଭାବେ କାର୍ଯ୍ୟ କରିବ । ଗ୍ରାହକମାନଙ୍କର ବିଦ୍ୟୁତ ସେବାକୁ ନେଇ ଥିବା ଯେକୌଣସି ପ୍ରକାର ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଏହା ପ୍ରତିଷ୍ଠା କରାଯାଇଥିବା ବେଳେ ଏଥିରେ ବିଲ୍‌ ସମସ୍ୟା , ବିଦ୍ୟୁତ କାଟ ସହ ନୂତନ ବିଦ୍ୟୁତ ସଂଯୋଗ ଏବଂ ଠିକଣା ପରିବର୍ତ୍ତନ ଆଦି ସମସ୍ୟାର ସମାଧାନ ହୋଇପାରିବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଓ ଟାଟା ପାୱାର ସମଭାଗୀତାରେ ଏବେ ରାଜ୍ୟର କେତେକ ଅଞ୍ଚଳରେ ବିଦ୍ୟୁତ ସେବା ଜାରି ରହିଛି । ରାଜ୍ୟ ଶକ୍ତି, ଶିଳ୍ପ, ଗୃହ ଓ ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ବିଭାଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଏହି କଲ୍‌ ସେଣ୍ଟରକୁ ଉଦଘାଟନ କରିବା ଅବସରରେ କହିଥିଲେ ଯେ, ଏହି କଲ୍‌ ସେଣ୍ଟର ବିଦ୍ୟୁତ ଗ୍ରାହକ ଓ କମ୍ପାନୀ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ । କଲ୍‌ ସେଣ୍ଟର ତୁରନ୍ତ ଗ୍ରାହକମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ଯୋଗାଇପାରିବ । ନିରବ ଛିନ୍ନ ବିଦ୍ୟୁତ ଯୋଗାଣ ସହ ବିଲ୍‌ ପୈଠ ଓ ସେଥିରେ ଥିବା ଅସୁବିଧାର ତୁରନ୍ତ ସମାଧାନ କରାଯାଇ ପାରିବ । ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଲାଗି ପଣ କରିଥିବା ଟିପିସିଓଡ଼ିଏଲ୍‌ ଯେକୌଣସି ପରିସ୍ଥିତିରେ ପେଷାଦାର ମନୋଭାବ ରଖି କାର୍ଯ୍ୟ କରିବ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏମ୍‌.ସ୍ନେନବାଗମ ଏହି ଅବସରରେ କହିଛନ୍ତି । ୨୦ଟି ଡ଼ିଭିଜନରେ କାର୍ଯ୍ୟ କରୁଥିବା ଟିପିସିଓଡ଼ିଏଲ୍‌ର ଏହି କଲ୍‌ ସେଣ୍ଟର ୨୪ ଘଣ୍ଟା ଖୋଲା ରହିବ । ୩ଟିି ସିଫ୍ଟରେ ମୋଟ ୭୫ଜଣ କର୍ମଚାରୀ ଏହି କଲ୍‌ ସେଣ୍ଟରରେ କାର୍ଯ୍ୟ କରିବାକୁ ଥିବା ବେଳେ ପ୍ରତ୍ୟେକ ସିଫ୍ଟରେ ୨୫ଜଣ ରହିବେ । ତେବେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ୧୫୦କୁ ବୃଦ୍ଧି କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କଲ୍‌ ସେଣ୍ଟରର ସମସ୍ତ କର୍ମଚାରୀ ଉତ୍ତମ ପ୍ରଶିକ୍ଷଣ ପାଇଥିବା ଶ୍ରୀ ସ୍ନେନବାଗମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here