Spread the love

ଭୁବନେଶ୍ୱର
ଚଳିତ ମାସ ଶେଷ ସପ୍ତାହରେ ବିଧାନସଭା ଆରମ୍ଭ ହେବାକୁ ଯାଉଛି । ଏପରି ସମୟରେ ରାଜ୍ୟର ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଛନ୍ତି । ଏବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ମୁଁ ଏବେ ଘରେ ସଙ୍ଗରୋଧରେ ରହିଛି ଏବଂ ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ କିଛି ଦିନ ହେଲା ମୋ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି । ଏହା ସହିତ ରାଜ୍ୟର ସଂକ୍ରମିତ ମନ୍ତ୍ରୀଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପୂର୍ବରୁ ସୁଶାନ୍ତ ସିଂହ, ଅରୁଣ ସାହୁ, ପଦ୍ମିନୀ ଦିଆନ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here