Spread the love

ଫ୍ଲୋରିଡ଼ା: ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ବିଲ ଗେଟ୍ସ, ଏଲନ ମସ୍କଙ୍କ ପରି ସେଲିବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ଅଭିଯୋଗରେ ପୋଲିସ ଜଣେ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଛି । ଏହି ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ କରିବା ପରେ ସମସ୍ତଙ୍କ ଆକାଉଣ୍ଟକୁ ଗୋଟିଏ ପ୍ରକାରର ମେସେଜ ଆସିଥିଲା । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ତୁମେ ବିଟ କଏନ ପଠାଅ ସେମାନେ ତୁମକୁ ଦୁଇଗୁଣ ଅର୍ଥ ଫେରାଇବେ । ପ୍ରଥମେ ଏହାକୁ ପେଶାଦାର ହ୍ୟାକରଙ୍କ କାମ ବୋଲି ଅନୁମାନ କରାଯାଇଥିଲା । ମାତ୍ର ଅନୁସନ୍ଧାନ ପରେ ହ୍ୟାକର ଜଣେ ୧୭ ବର୍ଷୀୟ ନାବାଳକ ବୋଲି ଜଣାପଡ଼ିଥିଲା । ସମ୍ପୃକ୍ତ ନାବାଳକ ଗ୍ରାହାମ ଇଭାନ କ୍ଲାର୍କଙ୍କୁ ତାଙ୍କୁ ଘରୁ ପୋଲିସ ଗିରଫ କରିଛି । ସେ ଜଣେ ନାବାଳକ ହୋଇଥିଲେ ମଧ୍ୟ ତାଙ୍କୁ ବୟସ୍କ ଅପରାଧି ଭାବେ ବିବେଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here