Spread the love

ଭୁବନେଶ୍ୱର
ଲକଡାଉନ୍ ସମୟରେ ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିଲା । ଏ ଆଜିକୁ ୯ ଦିନ ହେଲା ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଏଥିଯୋଗୁଁ ପୋଲିସ ଭୂମିକାକୁ ନେଇ ପ୍ର୍ରଶ୍ନ ଉଠୁଛି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୌଣସି ଜଣକୁ ବି କମିଶନରେଟ ପୋଲିସ ଗିରଫ କରିପାରି ନାହିଁ । ତେବେ ପୋଲିସ ପାଖରେ ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ ଥିବାବେଳେ କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏ ନେଇ ପୀଡିତାଙ୍କୁ ଓକିଲ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ନିକଟରେ ଫେରାଦ ହୋଇଛନ୍ତି । ଏହା ସହିତ ସେ ପୋଲିସର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସଂପୃକ୍ତ ଥିବାରୁ ମାମଲାକୁ ଚାପି ଦେବା ପାଇଁକମିଶନରେଟ୍ ପୋଲିସ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହିତ ପୀଡ଼ିତାଙ୍କ ମାଆ ଯେଉଁ ଗଣମାଧ୍ୟମ ସଂସ୍ଥାରେ ଚାକିରି କରୁଥିଲେ ସେହି ସଂସ୍ଥାର ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here