Spread the love

ବାଙ୍କି: ବାଙ୍କି ନିକଟରେ ପ୍ରବାହିତ ମହାନଦୀରେ ଆଜି ମଧ୍ୟାହ୍ନରେ ଭାସିଯାଇଥିଲେ ତିନି ଭାଇଭଉଣୀ । ଦୁଇ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲା ବେଳେ ଜଣେ ନାବାଳିକା ଏ ଯାବତ ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି । ବିବରଣୀରୁ ପ୍ରକାଶ ଯେ ବାଙ୍କି ଚର୍ଚ୍ଚିକା ସାହିରେ ଆନ୍ଧ୍ରର ଏକ ପରିବାର ଦୀର୍ଘଦିନ ଧରି ରହୁଛନ୍ତି । ଆଜି ଭାଇ ଓ ଦୁଇ ଭଉଣୀ ତିନି ଜଣ ବାପାଙ୍କ ସହ ମହାନଦୀର ସୁନାଦେଇ ଘାଟକୁ ଗାଧୋଇବାକୁ ଯାଇଥିଲେ । ନଦୀର ପ୍ରଖର ସ୍ରୋତରେ ତିନି ଭାଇଭଉଣୀ ଭାସି ଯାଇଥିଲେ । ଭାଇ ସହ ଜଣେ ଭଉଣୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ । ନିଖୋଜ ଥିବା ନାବାଳିକାଙ୍କ ନାମ ଲକ୍ଷ୍ମୀ ଓ ସେ ମାତ୍ର ଦୁଇ ଦିନ ତଳେ ଭାଇ ହାତରୁ ରାକ୍ଷୀ ପିନ୍ଧିବା ପାଇଁ ଆନ୍ଧ୍ରସ୍ଥିତ ଅଜାଙ୍କ ଘରୁ ବାଙ୍କି ଆସିଥିଲେ ।

LEAVE A REPLY

Please enter your comment!
Please enter your name here