Spread the love

ବଲାଙ୍ଗୀର
ବଲାଙ୍ଗୀର ଉପ-ଜିଲ୍ଲାପାଳଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଲାଗିଛି । ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ କରିଥିବା ଆରୋପ ଲାଗିଛି । ଏନେଇ ସମ୍ପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଅନ୍ୟ ସ୍ଥାନକୁ ବଦଳି କରିବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳ ମହିଳା କର୍ମଚାରୀଙ୍କ ଅନୁରୋଧରେ ଉପ-ଜିଲ୍ଲାପାଳଙ୍କୁ ଅନ୍ୟ ସ୍ଥାନକୁ ବଦଳି କରିଦେଇଛନ୍ତି । ଏହା ସହିତ ମାମଲାର ତଦନ୍ତ ଲାଗି ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ପୀଡିତା କର୍ମଚାରୀଙ୍କୁ କାଉନସେଲିଂ ହୋଇଛି ବୋଲି କମିଟି ମୁଖ୍ୟ କହିଛନ୍ତି । ଅପରପକ୍ଷେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ଉପ ଜିଲ୍ଲାପାଳ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here