Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଜିରୋ ଅକଟିଭ କେସ ନେଇ ନୂଆ ମିଶନ ଆରମ୍ଭ ହେବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ସୂଚନା ଦେଇଛନ୍ତି । ଆଜି ଗଞ୍ଜାମ ରେ ୧୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମରେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ କରୋନା ପଜିଟିଭ ସଂଖ୍ୟା ୨୦୦ ତଳକୁ ଖସିଛି।ଜିରୋ ଆକଟିଭ କେସ  ମିଶନ ପାଇଁ ସର୍ଭେ କାର୍ଯ୍ୟ କଡାକଡି କରାଯାଇଛି ଓ ଆକ୍ରାନ୍ତଙ୍କୁ ଖୋଜା ଚାଲିଥିବା କଥା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫୮୮୬ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୭୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୩୫ କେସ ସକ୍ରିୟ ରହିଛି।

LEAVE A REPLY

Please enter your comment!
Please enter your name here