Spread the love

ଭୁବନେଶ୍ୱର
ଜଣଙ୍କ ପରେ ଜଣେ ବିଜେଡି ନେତା କରୋନା ଭାଇରସରେ ଆକ୍ରାନ୍ତ ହେବାକୁ ଲାଗିଛନ୍ତି । ଏବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ପରେ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି । ମୁଁ ବର୍ତ୍ତମାନ ସୁସ୍ଥ ଅଛି ଏବଂ ଘରେ ସଙ୍ଗରୋଧରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ପାଇଁ ଏବଂ କରୋନା ପରୀକ୍ଷା କରିବାକୁ ଅନୁରୋଧ କରୁଛି ।

LEAVE A REPLY

Please enter your comment!
Please enter your name here