Spread the love

ଭୁବନେଶ୍ବର, ଆସନ୍ତା କାଲିଠାରୁ ପୂର୍ବପରି ସପ୍ତାହରେ ୭ ଦିନ ଧରି ମୋ ବସ ସେବା କାର୍ଯ୍ଯାକାରୀ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ କଟକଣା ମଧ୍ୟରେ ବସ ଯାତାୟତ କରୁଥିଲା । ତେବେ ଅଧିକ ସଂଖ୍ୟକ ଡିମାଣ୍ଡ ହେତୁ ୮ଟି ରୁଟ ଦେଇ ବସ ଚଳାଚଳ କରିବ ବୋଲି କ୍ରୁଟ ତଥା OSRTC ବସ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ରୁଟ ନଂ ୧୧, ୧୬, ୧୮, ୨୦, ୨୪, ୨୩, ୨୫, ୩୩ ରେ ବସ ଚଳାଚଳ କରିବ । ମାସ୍କ ପିନ୍ଧିବା ଜରୁରୀ ଅଟେ ।ବସରେ ଛିଡା ହୋଇ ଯିବା ମନା ହୋଇଥିବା ବେଳେ ଡିଜିଟାଲ ପେମେଣ୍ଟ ସୁବିଧାକୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା କାଲିଠାରୁ ୨୪ଟି ରୁଟ ଦେଇ OSRTC ବସ ଚଳାଚଳ କରିବ ।

LEAVE A REPLY

Please enter your comment!
Please enter your name here