Spread the love

ମାଲକାନଗିରି
ଏହି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଜି ମୋବାଇଲ ସେବା ଆରମ୍ଭ ହୋଇଛି । ଘରୋଇ କମ୍ପାନୀ ଏୟାରଟେଲ ହନ୍ତାଳଗୁଡା ି, ପିପଲପଦର, ଯନ୍ତାପାଇ ଓ ଦାରଲାବେଡାରେ ମୋବାଇଲ ସେବା ଯୋଗାଇଛି । ଏହା ଦ୍ୱାରା ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ । ଏହା ପୂର୍ବରୁ ମୋବାଇଲ ସେବା ପାଇଁ ଲୋକଙ୍କୁ ଚିତ୍ରକୋଣ୍ଡା ଆସିବାକୁ ପଡୁଥିଲା । ତେବେ ନକ୍ସଲଙ୍କ ଚେତାବନୀ ଯୋଗୁ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁନଥିଲା । ପ୍ରଶାସନ ଏବଂ ପୋଲିସର ସୁର କ୍ଷା ଯୋଗୁଁ ଆଜି ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here