Spread the love

ଭୁବନେଶ୍ୱର: ବିଜେପି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶେଷ ହେବା ପରେ ଏକ ଭର୍ଚୁଆଲ ର୍ୟାଲିରେ ଯୋଜ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା କହିଛନ୍ତି ଯେ ସେ ଓଡ଼ିଶାର ସବୁ ଜିଲ୍ଲା ବୁଲିଛନ୍ତି । ସବୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ଲୋକେ ପସନ୍ଦ କରିଛନ୍ତି । ସୀମା ସୁରକ୍ଷା ହେଉବା କରୋନା ମୁକାବିଲା ହେଉ ବା ଗରିବଙ୍କ କଲ୍ୟାଣ ହେଉ ସବୁଥିରେ ମୋଦି ସରକାର ଆଗୁଆ ଅଛି ।
ସେ କହିଛନ୍ତି ଯେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦି ସରକାର ବଚନବଦ୍ଧ । ସେ ଏହି ଅବସରରେ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର, ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ କ୍ଷେତ୍ରରେ ସରକାରଙ୍କ ସଫଳତା କଥା କହିଥିଲେ ।
ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ମୋଦି ସରକାର ଦେଶର ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ସୁରକ୍ଷା ପ୍ରଦାନ କରୁଛନ୍ତି । ଏହା ଫଳରେ ସେମାନେ ଉଚିତ ସମୟରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି ।
ଡିବିଟି ବା ପ୍ରତ୍ୟକ୍ଷ ସହାୟତା ପ୍ରେରଣ ମାଧ୍ୟମରେ ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି ବୋଲି ସେ କହିଛନ୍ତି । ଉଜ୍ଜଳା ଯୋଜନାରେ ୮ କୋଟି ଗରିବ ଲୋକ ରନ୍ଧନ ଗ୍ୟାସ ପାଇପାରିଛନ୍ତି । ଗତ ୬ ବର୍ଷ ମଧ୍ୟରେ ୧୦ କୋଟି ପରିବାରକୁ ଶୌଚାଳୟ ଓ ଅଢେଇ କୋଟି ପରିବାରକୁ ଘର ଦିଆଯାଇଛି ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯେ ପର୍ୟ୍ୟନ୍ତ ଭାରତର ବିକାଶ ହୋଇନାହିଁ ସେ ପର୍ୟ୍ୟନ୍ତ ଦେଶର ସନ୍ତୁଳିତ ବିକାଶ ହୋଇଛି ବୋଲି କୁହାଯାଇପାରିବ ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ହେଉଛି । କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ଅବହେଳା କରାଯାଉଥିଲା । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରପୀଡ଼ିତ ଓଡ଼ିଶା ଓ ବଙ୍ଗଳା ପାଇଁ ଘୋଷଣାର ଗୋଟିଏ ଦିନ ପରେ ହିଁ ସହାୟତା ରାଶି ପଠାଇଦେଇଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦିପ ନାଏକ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here