Spread the love

ନୂଆଦିଲ୍ଲୀ : ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ତିନି ତଲାକ, ରାମ ମନ୍ଦିରର ଭୂମିପୂଜନ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ଲୋକେ । ସୂଚନାଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନ ଲୋକସଭାରେ ପାରିତ ହେବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ହିଂସା ଦେଖାଦେଇଥିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । କିନ୍ତୁ ୨୦୧୬ ତୁଳନାରେ ଜାତୀୟ ଗଣମାଧ୍ୟମର ଏକ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ମୋଦୀଙ୍କ କାର୍ଯ୍ୟଧାରାକୁ ନେଇ ଦେଶବାସୀ କେତେ ଖୁସି ଅଛନ୍ତି ତାହା ଜାଣିବା ଲାଗି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ସର୍ଭେରେ ଭାଗ ନେଇଥିବା ୭୮ ପ୍ରତିଶତ ନାଗରିକ ମୋଦିଙ୍କ କାର୍ଯ୍ୟଧାରାରେ ଖୁସି ଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୨ୟ କାର୍ଯ୍ୟକାଳର ୧ବର୍ଷରୁ ଅଧିକ ସମୟ ବିତିଯାଇଛି । ଅନୁଚ୍ଛେଦ ୩୭୦ ଉଚ୍ଛେଦ, ସିଏଏକୁ ନେଇ ଦେଶରେ ମୋଦିଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here