Spread the love

ନୂଆଦିଲ୍ଲୀ
ଚୀନ ଉପରେ ୨ୟ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ଭାରତ ସରକାର । ୫୯ଟି ଆପ ପରେ ଏବେ ଆଉ ୪୭ଟି ଚୀନ ଆପକୁ ସରକାର ନିଷିଦ୍ଧ କରିଦେଇଛନ୍ତି । ଏଗୁଡିକ ପୂର୍ବ ଆପ ଗୁଡିକର କ୍ଲୋନି । ଏ ସଂକ୍ରାନ୍ତରେ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ସୂତ୍ରରୁ ସୂଚନା ମିଳିଛି । ଏହି ଆପଗୁଡିକ ମଧ୍ୟରେ ଟିକଟକ ଲାଇଟ, ହେଲୋ ଲାଇଟ, ସେୟାର ଇଟ ଲାଇଟ, ବିଗୋ ଲାଇଭ ଲାଇଟ ଏବଂ ଭିଏଫଓ୍ବାଇ ଲାଇଟ ଆଦି ସାମିଲ ରହିଛି । ତେବେ ଏ ପର୍ଯ୍ୟନ୍ତ ନିଷିଦ୍ଧ ହୋଇଥିବା ଆପଗୁଡିକର ତାଲିକା ମିଳିପାରି ନାହିଁ କିମ୍ବା ଏ ସଂକ୍ରାନ୍ତରେ କୌଣସି ସରକାରୀ ନିର୍ଦ୍ଦେଶ ବାହାରି ନାହିଁ । ଏହା ସହିତ ଆଗାମୀ ଦିନରେ ଅଧିକ ଆପ ନିଷିଦ୍ଧ କରାଯିବ ବୋଲି କୁହାଯାଉଛି । ଏଥିପାଇଁ ସରକାର ୨୫୦ରୁ ଅଧିକ ଚୀନ ଆପକୁ ତାଲିକାଭୁକ୍ତ କରି ଯାଞ୍ଚ କରୁଛନ୍ତି । ଏହି ଆପଗୁଡିକ ଭିତରେ ଅଲିବାବା, ଟେନସେଣ୍ଟ, ବାଇଟ ଡ୍ୟାନ୍ସ, ପବଜି ଏବଂ ସାଓମି ଆଦି ସାମିଲ ରହିଛି । ଏହା ପୂର୍ବରୁ ଗତ ମାସରେ ସରକାର ଟିକଟକ, ସେୟାର ଇଟ ଆଦି ୫୯ଟି ଚୀନ ଆପକୁ ଜାତୀୟ ସୁରକ୍ଷା, ସାର୍ବଭୌମତ୍ୱ, ପ୍ରତିରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବ ଦର୍ଶାଇ ନିଷିଦ୍ଧ କରିଦେଇଥିଲେ । ଭାରତର ପ୍ରାୟ ୩୦୦ ବିଲିୟନ ଲୋକ ଏହି ସବୁ ଆପ ବ୍ୟବହାର କରୁଥିଲେ । ଏହା ସହିତ ଦେଶର ପ୍ରାୟ ଦୁଇ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାରକାରୀ କୌଣସି ନା କୌଣସି ଚୀନ ଆପ ବ୍ୟବହାର କରୁଛନ୍ତି କରୁଛନ୍ତି ବୋଲି ଦୂରସଞ୍ଚାର ବିଭାଗ ଆକଳନ କରିଛି । ଅପରପକ୍ଷେ ସରକାର ଚୀନ କମ୍ପାନୀର ନିବେଶ ଉପରେ ମଧ୍ୟ ସମୀକ୍ଷା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here