Spread the love

ନୂଆଦିଲ୍ଲୀ: ଦେଶରେ କରୋନା ପରୀକ୍ଷା ସଂଖ୍ୟା ଦୁଇ କୋଟି ପାର କରିଛି । ରବିବାର ଦେଶରେ ମୋଟ ୩ ଲକ୍ଷ, ୮୧ ହଜାର ୦୨୭ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା ବୋଲି ଭାରତୀୟ ଡାକ୍ତରୀ ଗବେଷଣା କାଉନସିଲ(ଆଇସିଏମଆର) ପକ୍ଷରୁ କୁହାଯାଇଛି । ଆଇସିଏମଆର ପକ୍ଷରୁ ଟ୍ୱିଟରରେ ଏ ସମ୍ପର୍କରେ ଦିଆଯାଇଥିବା ସୁଚନାରେ କୁହାଯାଇଛି ଯେ ଅଗଷ୍ଟ ୨ ତାରିଖ ସୁଦ୍ଧା ଦେଶ ମୋଟ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଜଣଙ୍କର କରୋନା ପରୀକ୍ଷା କରାଯାଇଛି । ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୦୩,୬୯୬କୁ ବୃଦ୍ଧି ପାଇଛି । ଏବେ ଦେଶରେ ୫,୭୯,୩୫୭ ଜଣ ସକ୍ରୀୟ କରୋନା ରୋଗୀ ଥିଲା ବେଳେ ୧୧,୮୬,୨୦୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୩୮,୧୩୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here