Spread the love

ରାଞ୍ଚି : ଭାରତର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ ବିଜେତା ମହେନ୍ଦ୍ର ସିଂ ଧୋନି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଶନିବାର (ଅଗଷ୍ଟ ୧୫) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । “ତୁମର ପ୍ରେମ ଏବଂ ସମର୍ଥନ ପାଇଁ ବହୁତ ଧନ୍ୟବାଦ” ବୋଲି ସେ ଉକ୍ତ ପୋଷ୍ଟରେ ଲେଖିଛନ୍ତି । ଅବସର ଘୋଷଣା ପାଇଁ ତାଙ୍କ ୧୯୨୯ ଘଣ୍ଟା ଲାଗିଥିଲା ବୋଲି ସେ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି । ଧୋନି ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣ ଟେଷ୍ଟ ପରେ ୨୦୧୪ ରେ ଟେଷ୍ଟ କ୍ରିକେଟ୍‌ ଛାଡିଥିଲେ ଏବଂ ଜାନୁଆରୀ ୨୦୧୭ ରେ ବିରାଟ କୋହଲିଙ୍କୁ ଦିନିକିଆ ଏବଂ ଟି୨୦ର ଅଧିନାୟକତ୍ୱ ଦେଇଥିଲେ । ପ୍ରାୟ ୧୬ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଧୋନି ଭାରତକୁ ଏକ ସଫଳତମ ଯୁଗ ଦେଇ ଆଗେଇ ନେଇଥିଲେ ଏବଂ ତାଙ୍କ ଅଧିନାୟକତ୍ୱ ରେ ୨୦୦୭ ଟି -୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିବା ସହ ପ୍ରଥମ ଅଧିନାୟକ ଭାବେ ଏକ ସର୍ବକାଳିନ ରେକର୍ଡ କରିଛନ୍ତି । ଧୋନିଙ୍କ ଶେଷ ଦିନିକିଆ ଭାରତ ପାଇଁ ତାଙ୍କର ୩୫୦ ତମ ମ୍ୟାଚ୍‌ ଥିଲା, ଯେଉଁଥିରେ ସେ ୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭୨ ବଲରେ ୫୦ ରନ ସହ ସମାପ୍ତ କରିଥିଲେ, ଯାହା ବିଶ୍ୱକପ ଜିତାଇବା ପାଇଁ ପର୍ଯ୍ୟାପ୍ତ ନଥିଲା । ଦିନିକିଆ ରେ ହାରାହାରି ୫୦.୫୭ ହାର ରେ ମୋଟ୍‌ ୧୦୭୭୩ ରନ୍‌ ସହ ସମାପ୍ତ କରିଥିବା ଧୋନି, ୫୦ ଓଭର ଫର୍ମାଟରେ ୧୦ ହଜାର ରନ୍‌ ଅତିକ୍ରମ କରିଥିବା ସେ ପଞ୍ଚମ ଭାରତୀୟ। ୱିକେଟ୍‌ କିପର ଓ ବ୍ୟାଟ୍ସମ୍ୟାନ୍‌ ଭାବେ ୨୨୯ ଟି ଛକା ମାରିଥିବା ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ ବୋଲି ଜଣାପଡିଛି । ଧୋନି ୨୦୦୭ ରେ ରାହୁଲ ଦ୍ରାବିଡଙ୍କ ଠାରୁ ଭାରତର ଦିନିକିଆ ଅଧିନାୟକତ୍ୱ ଦାୟିତ୍‌ ଗ୍ରହଣ କରିଥିଲେ ଏବଂ ସେ ଜାତୀୟ ଦଳର ଅଧିନାୟକତ୍ୱ କରିଥିବା ୨୦୦ ମ୍ୟାଚରେ ୫୫ ପ୍ରତିଶତ ଜିତିଛନ୍ତି (୧୧୦ ବିଜୟ, ୭୪ ପରାଜୟ, ୫ ଟି ଟାଏ ଏବଂ ୧୧ ବାତିଲ୍‌) । ଟି୨୦ ଫର୍ମାଟରେ ତାଙ୍କର ୫୮.୩୩% ବିଜୟ ହାର ରହିଛି, ୭୨ ଟି ମ୍ୟାଚରେ ୪୨ ଟି ଅଧିନାୟକ ଭାବରେ ସେ ବିଜୟୀ ହୋଇଛନ୍ତି । ସୀମିତ ଓଭର ଫର୍ମାଟରେ ଭାରତର ସବୁଠାରୁ ସଫଳ ଅଧିନାୟକ ହେବା ବ୍ୟତୀତ ୱିକେଟ୍‌ କିପିଂ କୌଶଳ ପାଇଁ ମଧ୍ୟ ସେ ଦୁନିଆର ସର୍ବୋତ୍ତମ ଷ୍ଟମ୍ପର୍‌ ଭାବରେ ସୁନାମ ଅର୍ଜନ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟ୍‌ (୬୩୪ କ୍ୟାଚ୍‌, ୧୯୫ ଷ୍ଟମ୍ପିଂ) ରେ ତିନୋଟି ଫର୍ମାଟରେ ୮୨୯ ଟି ଡିସ୍‌ମିଶାଲ ସହିତ ଧୋନି ୱିକେଟ୍‌ କିପର ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି, କେବଳ ମାର୍କ ବୌଚର୍‌ (୯୯୮) ଏବଂ ଆଡାମ ଗିଲକ୍ରିଷ୍ଟ (୯୦୫) ଙ୍କ ପଛରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here