Murder. (IANS Infographics)
Spread the love

ଚୌଦ୍ୱାର
ଏଠାକାର ବାଣିପଦା ପଞ୍ଚାୟତ ହରିଜନସାହିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମଦ ବିକ୍ରିକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା କରାଯାଇଛି । ବେଆଇନ ଭାବେ ମଦ ତିଆରି ଓ ବିକ୍ରିକୁ ବିରୋଧ କରିବା ସରୋଜ ନାମକ ଜଣେ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏବେ ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି । ସୂଚନା ଅନୁଯାୟୀ ଅନେକ ଥର ମହିଳମାନେ ଏହି ମଦ ବିକ୍ରିକୁ ବିରୋଧ କରି ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ।କିନ୍ତୁ ପୋଲିସ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ତେବେ କାଲି ସନ୍ଧ୍ୟାରେ ଏହି ମଦ ବିକ୍ରି ଘଟଣାକୁ ନେଇ କିଛି ମହିଳା ଥାନାକୁ ଯାଇ ଅଭିଯୋଗ କରି ରାତି ୧୦ଟାରେ ଫେରିଥିଲେ । ଏହାକୁ ନେଇ ମଦ ବିକ୍ରି କରୁଥିବା ଲୋକ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ତେବେ ରାତି ୨ ଟାରେ ସରୋଜଙ୍କୁ ଏକା ଦେଖି ଏହି କାରବାର କରୁଥିବା ଲୋକ ତାଙ୍କୁ ରାସ୍ତା ଉପରେ ଅତି ବୀଭତ୍ସ ଭାବେ କଟୁରୀରେ ହାଣି ଥିଲେ । ପରେ ତାଙ୍କ ମୃତ ଦେହ ସେଠାରେ ପଡି ରହିଥିଲା । ଗ୍ରାମବାସୀ ଏହି ଘଟଣା ବିଷୟରେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କୁ କଟକ ମେଡିକାଲ ନେଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏ ପର୍ଯ୍ୟନ୍ତ ପୋଲିସ ମାମଲାରେ କାହାକୁ ଗିରଫ କିମ୍ବା ଅଟକ ରଖିନାହିଁ ।

LEAVE A REPLY

Please enter your comment!
Please enter your name here