Spread the love

ମୁମ୍ବାଇ: ଉଦ୍ଧବ ଥାକରେ ତୁମ ଅହଂକାର ଭାଙ୍ଗିବ । ସମଗ୍ର ଭାରତର ଲୋକଙ୍କୁ ମୁଁ ଏଣିକି ଜାଗ୍ରତ କରିବି । ଉଦ୍ଧବ ଥାକରେ ଆଜି ତୁମର ସମୟ ଆସିଛି ତୁମେ କ୍ଷମତା ମୋହରେ ଅନ୍ଧ ହୋଇ ଯାହା ଇଚ୍ଛା ତାହା କରିଯାଉଛ । କାଲି ସମୟ ଆସିବ ଏହି କ୍ଷମତା ମୋହ ତୁମର ଭଙ୍ଗ ହେବ । ଏହା କୌଣସି ସିନେମାର ସଂଳାପ ନୁହେଁ ବରଂ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି ତାଙ୍କ ଘର ଭଙ୍ଗା ହେବାପରେ ଏକ ଭିଡ଼ିଓ ବାର୍ତ୍ତାରେ ଏହା କହିଛନ୍ତି । ଅନ୍ୟପକ୍ଷରେ କଙ୍ଗନା ପକ୍ଷରୁ ହାଇକୋର୍ଟରେ ଘରଭଙ୍ଗା ଘଟଣାକୁ ନେଇ କରାଯାଇଥିବା ନିବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି । ଯାହାକି କଙ୍ଗନାଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ମୁମ୍ବାଇ ହାଇକୋର୍ଟ ଅନ୍ୟାଦେଶ ପର୍ଯ୍ୟନ୍ତ କଙ୍ଗନାଙ୍କ ଘର ଭଙ୍ଗା ଉପରେ ରହିତା ଦେଶ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here