Spread the love

ନବରଙ୍ଗପୁର: ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିôବାରୁ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏ ସମ୍ପର୍କରେ ସୁଚନା ଦେଇ କହିଛନ୍ତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଜିଲ୍ଲାରେ ଏବେ ସୁଦ୍ଧା ୩୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୨୫୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ୮୮ ଜଣ ସକ୍ରୀୟ ରୋଗୀ ଥିଲା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଜିଲ୍ଲାକୁ ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ରୀ ଯାଏ ସଟଡାଉନ କରାଯାଉଛି । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here