Spread the love

ମୁମ୍ବାଇ : ମୃତ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନେତ୍ରୀ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ବୟାନକୁ ଆଧାର କରି ନାରକୋଟିକ୍ସ ବିଭାଗ ପକ୍ଷରୁ ଡ୍ରଗ୍ସ ସପ୍ଲାୟର କମର ଜୀତ ନାମକ ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରାଯାଇଛି । ଏହାଛଡ଼ା ରିଆଙ୍କ ବୟାନ ଅନୁଯାୟୀ ବହୁ ଚଳଚ୍ଚିତ୍ର ତାରକାଙ୍କୁ ଏବେ ସ୍କାନର ଭିତରେ ନାରକୋଟିକ୍ସ ବିଭାଗ ରଖିଛି । ଲେଟ ନାଇଟ ପାର୍ଟିରେ ଡ୍ରଗ୍ସ ଓ ଯୌନ କାରବାର ହେଉଥିବା କଥା ପୂର୍ବରୁ କଙ୍ଗନା ଅଭିଯୋଗ କରିଥିଲେ । ତେବେ ରିଆ ଦେଇଥିବା ୨୦ ପୃଷ୍ଠାର ବୟାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରିଆଙ୍କ ବୟାନ ଅନୁଯାୟୀ ସୁଶାନ୍ତଙ୍କ ଲୋନାୱାଲାରେ ଥିବା ଫାର୍ମ ହାଉସରେ ହେଉଥିବା ଡ୍ରଗ୍ସ ପାର୍ଟିକୁ ବହୁ ପ୍ରଖ୍ୟାତ କଳାକାର ଆସନ୍ତି ଓ ଡ୍ରଗ୍ସ ସେବନ କରନ୍ତି । ତେବେ ସେ କେବେ ବି ସେଠାକୁ ଯାଇ ନାହାନ୍ତି । ମାତ୍ର ଅନ୍ୟ ସମୟରେ ସେ ସୁଶାନ୍ତଙ୍କ ସହ ମିଳିତ ଭାବେ ଡ୍ରଗ୍ସ ସେବନ କରନ୍ତି ।

LEAVE A REPLY

Please enter your comment!
Please enter your name here