Spread the love

ମୁମ୍ବାଇ : ଡ୍ରଗ୍ସ କାରବାରରେ ସଂପୃକ୍ତ ହୋଇ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଓ ମୃତ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମୁମ୍ବାଇର ଏକ ଅଦାଲତ ଚଳିତ ମାସ ୯ତାରିଖ ଯାଏଁ ଏନ୍‌.ସି.ବି. ହାଜତରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନାରକୋଟିକ୍‌ ବିଭାଗ ପକ୍ଷରୁ ଅଦାଲତରେ ଅର୍ଜି ଦାଖଲ କରି ସେମାନଙ୍କୁ ୭ ଦିନ ଲାଗି କଷ୍ଟଡିରେ ନେବାକୁ ଆବେଦନ କରାଯାଇଥିଲା । କାରଣ ଉଭୟଙ୍କ ଠାରୁ ଡ୍ରଗ୍ସ କାରବାର ସଂପର୍କରେ ବହୁ ତଥ୍ୟ ମିଳିବାକୁ ଥିବା ବେଳେ ସେମାନଙ୍କ ସହ କାହା କାହାର ସଂପର୍କ ରହିଛି ତାହା ଏନ୍‌.ସି.ବି. ଅଫିସରମାନେ ଆଜି ପର୍ଯ୍ୟନ୍ତ ଜାଣି ପାରି ନାହାଁନ୍ତି । ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ପ୍ରେମିକା ତଥା ତାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିବା ରିଆ ଚକ୍ରବର୍ତ୍ତିଙ୍କ ୱାଟସ୍‌ ଅପ୍‌କୁ ଉଦ୍ଧାର କରି ଡ୍ରଗ୍ସ କାରବାର ସଂପର୍କରେ ସି.ବି.ଆଇ ଜାଣିବାକୁ ପାଇଥିଲା । ପରେ ଏନେଇ ନାରକୋଟିକସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏ ଘଟଣାର ତଦନ୍ତ ଏବେ ଚାଲୁ ରହିଥିବା ବେଳେ ରିଆଙ୍କ ଭାଇ ଶୋଭିକ ଓ ସୁଶାନ୍ତଙ୍କ ହାଉସ ପରିଚାଳକ ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରାଯାଇ ଆଜି ଅଦାଲତରେ ହାଜର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here