Spread the love

ମୁୁମ୍ବାଇ
ଦିମ୍ବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଚଢଉ କରାଯାଇଛି । ତେବେ ଅଭିନେତାଙ୍କ ମୃତ୍ୟୁ ସମ୍ପର୍କିତ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିର ୨ଟି ଟିମ ଏହି ଚଢଉ କରିଛି । ଏହି ସମୟରେ ସେମାନେ ରିୟା ଚକ୍ରବର୍ତ୍ତିୀଙ୍କ ଘର ଯାଞ୍ଚ କରିଛନ୍ତି । ଏନସିବିର ଉପ ନିର୍ଦ୍ଦେଶକ କେପିଏସ ମଲହୋତ୍ରା ରିୟାଙ୍କ ଘରେ ଉପସ୍ଥିତ ଅଛନ୍ତି । ଏହି ଟିମରେ ଜଣେ ମହିଳା ଅଫିସର ମଧ୍ୟ ସାମିଲ ରହିଛନ୍ତି । ସୋମବାର ସକାଳ ୬.୩୦ ସମୟରେ ଏହି ଚଢଉ ହେଇଛି । ସେହିପରି ଏନସିବିର ଅନ୍ୟ ଏକ ୪ ଜଣିଆ ଟିମ ସାମୁଏଲ ମିରିଣ୍ଡାର ଘରେ ଚଢଉ କରିଛନ୍ତି । ସୂଚନା ଅନୁଯାୟୀ ସାମୁଏଲଙ୍କ ଘର ସହିତ ମୁମ୍ବାଇର ଅନେକ ସ୍ଥାନରେ ମଧ୍ୟ ଚଢଉ କରାଯାଇଛି । ଡ୍ରଗ୍ସ ବ୍ୟବସାୟୀଙ୍କ ସହ ରିୟା. ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ଏବଂ ମିରାଣ୍ଡାଙ୍କ ଭୂମିକା ଏନସିବି ସ୍କାନରରେ ରହିଛି । ଏ ନେଇ ମିରାଣ୍ଡା ଏବଂ ସୋଭିକକୁ ଖୁବ୍ରଶୀଘ୍ର ଜେରା କରାଯାଇପାରେ । ଜଣେ ଡ୍ରଗ୍ସ ଚାଲାଣକାରୀ କାଇଜାନ ଇବ୍ରାହିମଙ୍କୁ ପଚରାଉଚୁରା କରିବାର ଗୋଟିଏ ଦିନ ପରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି ।

LEAVE A REPLY

Please enter your comment!
Please enter your name here