Spread the love

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ଏକ ଜନଜାତିର ଝିଅ ସାହସିକ କାର୍ଯ୍ୟ କରିଛନ୍ତି। ତାମିଲନାଡୁର ଫୁଡୁକୁପମରେ ଥିବା ଏକ ଇଟାଭଟିରେ ଲକଡ଼ାଉନରେ ଫସି ରହିଥିବା ୬୦୦୦ ପ୍ରବାସୀ ଶ୍ରମିକଙ୍କୁ ସେ ଉଦ୍ଧାର କରିଛନ୍ତି। ବଲାଙ୍ଗୀରର ୧୯ ବର୍ଷୀୟା ମାନସୀ ବରିହାଙ୍କ ସମେତ ତାଙ୍କ ବାପା ଓ ଭାଇ ସେହି ଇଟାଭାଟିର ମାଲିକଙ୍କ ଠୁ ୨୮୦୦୦ ଟଙ୍କା ଅଗ୍ରୀମ ଭାବେ ନେଇଥିଲେ ଏବଂ ତାଲା ବନ୍ଦ ସତ୍ତ୍ଵେ ମଧ୍ୟ ମାଲିକ କାମ କରିବାକୁ କହିଥିଲେ। ସେଠାରେ ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ଶ୍ରମିକ କାର୍ଯ୍ୟ କରୁଥିଲେ। ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଇଟାଭାଟି ମାଲିକ ସେମାନଙ୍କୁ ଯିବାକୁ ଦେଇ ନଥିଲେ। କାମ ଯେତେ ଶୀଘ୍ର ସମ୍ଭବ ଶେଷ କରି ଘରକୁ ଫେରିଯିବା ଚୁକ୍ତି ହୋଇଥିଲେ ମଧ୍ୟ ମାଲିକ ଶ୍ରମିକମାନଙ୍କୁ ଫେରିବାକୁ ଦେଇ ନଥିଲେ। ମାନସୀ ଏହି ସବୁ କାର୍ଯ୍ୟକଳାପକୁ ନିଜ ଫୋନ୍ ଦ୍ଵାରା ରେକର୍ଡ଼ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ ଏବଂ ଏହା ଦେଖି ତାମିଲନାଡୁ ସରକାର ୧୫ ଟି ବସ ଯୋଗେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରେ ଛାଡିବରେ ସଫଳ ହୋଇଥିଲେ। ପ୍ରବାସୀ ଶ୍ରମିକମାନେ ଓଡ଼ିଶା ,ବିହାର, ଛତିଶଗଡ଼ ଏବଂ ଝାଡଖଣ୍ଡର ଥିଲେ।

LEAVE A REPLY

Please enter your comment!
Please enter your name here