Spread the love

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କ ଅଧ୍ୟକ୍ଷତା ପରୀକ୍ଷା ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଜେଇଇ ମେନ୍‌ ଭଳି ନିଟ୍‌ ପରୀକ୍ଷାରେ ସମସ୍ତ ସୁବିଧା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।ରାଜଧାନୀର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପିଲା ନିଟ୍ ପରୀକ୍ଷା ଦେବେ। ବର୍ତ୍ତମାନ ସୁଦ୍ଧା ୧୩୦୦ ଛାତ୍ରଛାତ୍ରୀ ସରକାରୀ ବ୍ୟବସ୍ଥାରେ ଯିବା, ଆସିବା ଓ ରହଣୀ ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ପାଇଁ ୫ଟି ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ବ୍ୟବସ୍ଥା କରାଯିବା ସହ ସେଣ୍ଟରରେ ମେଡିକାଲ ଟିମ୍‌ ନିଯୁକ୍ତ କରାଯାଇଛି।ରାଜ୍ୟର ୮୩ଟି କେନ୍ଦ୍ରରେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here