Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୨୫୨ କରୋନା ରୋଗୀ ଚିିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୬୫ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୧୯୮୭ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏବେ ୨୯୫୭୧ଟି ମାମଲା ସକ୍ରିୟ ଥିବାବେଳେ ୬୭୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୭୮, ବରଗଡରୁ ୧୪୬, ଭଦ୍ରକରୁ ୭୬, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୩୮, କଟକରୁ ୩୨୩, ଦେଓଗଡରୁ ୭, ଢେଙ୍କାନାଳରୁ ୯୪, ଗଜପତିରୁ ୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୭୭, କେନ୍ଦୁଝରରୁ ୫୦, ଖୋର୍ଧାରୁ ୭୬୨, କୋରାପୁଟରୁ ୨୫, ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୪୧, ନୟାଗଡରୁ ୧୨୦, ନୂଆପଡାରୁ ୨୫, ପୁରୀରୁ ୧୩୫, ରାୟଗଡାରୁ ୪୫୦, ସମ୍ବଲପୁରରୁ ୬୩, ସୋନପୁରରୁ ୩୮, ସୁନ୍ଦରଗଡରୁ ୯୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here