Spread the love

ନୂଆଦିଲ୍ଲୀ
ଭାରତରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଦିନ ବଢିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ୫୭୧୧୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯୫୯୮୮କୁ ବୃଦ୍ଧି ପାଇଥିବାବେନେ ମୃତ୍ୟୁ ସଂଖ୍ୟା ୩୬୫୧୧ରେ ପହଞ୍ଚିଛି । ଏବେ ୧୦୯୪୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୬୫୧୦୩ ଜଣ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ୪୨୨୧୧୮ ଏବଂ ୧୪୯୯୪, ତାମିଲନାଡୁରେ ୨୪୫୮୫୯ ଏବଂ ୩୯୩୫, ଆନ୍ଧ୍ରରେ ୧୪୦୯୩୩ ଏବଂ ୧୩୪୯, ଦିଲ୍ଲୀରେ ୧୩୫୫୯୯୮ ଏବଂ ୩୯୬୩, କେରଳରେ ୧୨୪୧୧୫ ଆକ୍ରାନ୍ତ ଏବଂ ୨୩୧୪ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଜୁଲାଇ ମାସରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଏବଂ ମୃତୁସଂଖ୍ୟା ଦୃଷ୍ଟିରୁ ଏହା ସବୁଠାରୁ ଖରାପ ମାସ ହୋଇଛି । ଏହି ସମୟରେ ୧୧.୧ ଲକ୍ଷ ମାମଲା ଚିହ୍ନଟ କରାଯାଇଥିବାବେଳେ ୧୯,୧୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏପ୍ରିଲ ମାସ ଠାରୁ ୨.୮ ଗୁଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧.୬ ଗୁଣ ଅଧିକ ମୃତ୍ୟୁ ହୋଇଛି । ଜୁଲାଇ ଦ୍ୱିତୀୟ ସପ୍ତାହ ପରେ ୭.୩ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here