Spread the love

ନୂଆଦିଲ୍ଲୀ
କରୋନା ଲାଗି ନୂଆ ମାର୍ଗଦର୍ଶିକା ପ୍ରକାଶ କରାଯାଇଛି । ଏଥିରେ ସ୍ବାବ୍ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନ୍ ରେ ରହିବାକୁ ପଡିବ ବୋଲି କୁହାଯାଇଛି। ରିପୋର୍ଟ ପଜିଟିଭ ଆସିଲେ କିମ୍ବା କୌଣସି ଲକ୍ଷଣ ନଥିଲେ ୧୦ ଦିନ ହୋମ୍ ଆଇସୋଲେସନ୍ରେ ରହିବାକୁ ପଡିବ । ଅପରପକ୍ଷେ ଯଦି ଲକ୍ଷଣ ଦେଖାଯାଏ ତେବେ ସେହି ଦିନ ଠାରୁ ୧୦ ଦିନ ଘରେ ସଙ୍ଗରୋଧରେ ରହିବାକୁ ହେବ । ଲକ୍ଷଣଯୁକ୍ତ ଏବଂ ଲକ୍ଷଣବିହୀନ ଆକ୍ରାନ୍ତଙ୍କର ଯଦି କ୍ରମାଗତ ୩ଦିନ ଯାଏଁ ଜ୍ବର ନଆସେ ତେବେ ୧୦ଦିନ ପରେ ହୋମ୍ ଆଇସୋଲେସନରୁ ବାହାରିପାରିବେ । ଏହା ପରେ ମଧ୍ୟ ୭ଦିନ ପର୍ୟ୍ୟନ୍ତ ସେଲ୍ଫ ମନିଟରିଂରେ ରହିବେ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here