Spread the love

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଇଣ୍ଡିଆନ କାଉଁନସିଲ ଅଫ୍‌ ମେଡ଼ିକାଲ ରିସର୍ଚ୍ଚ କୋଭିଡ଼-୧୯ ସଂପର୍କରେ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି । ଏଣିକି ଆବଶ୍ୟକତା ଅନୁଯାୟୀ କୋଭିଡ଼ ଟେଷ୍ଟ କରାଯିବାକୁ ଏହି ଆଡ଼ଭାଇଜରିରେ ଉଲ୍ଲେଖ କରାଯାଇଛି । ତେବେ ରାଜ୍ୟ ସରକାର ଆବଶ୍ୟକତାସ୍ଥଳେ ଯାହା ଭଲ ହେବ ସେନେଇ ନିଷ୍ପତ୍ତି ନେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେଉଁ ମାନେ ଭାରତ ବାହାରକୁ ଯିବେ କିମ୍ବା ଭାରତକୁ ବିଦେଶରୁ ଆସିବେ ଏବଂ ଭାରତ ଭିତରେ ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଛନ୍ତି ସେମାନଙ୍କର କୋଭିଡ଼-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ ରହିବା ବାଧ୍ୟତା ମୂଳକ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଆଇ.ସି.ଏମ.ଆର୍‌ ଏହି ନିଷ୍ପତ୍ତି ଅନ୍‌ ଲକ.୧ ବେଳରୁ ନେଲେ ନାହିଁ କାହିଁକି ? ୪୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବା ଓ ୬୮ ହଜାର ଲୋକଙ୍କ ମୃତ୍ୟୁ ପରେ ଆଇସିଏମ୍‌ଆର୍‌ ଏହି ନିଷ୍ପତ୍ତି ନେବା ପଛରେ କି ରହସ୍ୟ ରହିଛି । ଓଡ଼ିଶା ଭଳି ଏକ ରାଜ୍ୟରେ କୋଭିଡ଼ ପରିଚାଳନା ମୂଳରୁ ଶୃଙ୍ଖଳିତ ହେଉଥିôବା ବେଳେ ପ୍ରବାସୀଙ୍କ ପ୍ରବେଶ ଉପରେ ହାଇକୋର୍ଟ ରୋକ ଲଗାଇ କୋଭିଡ଼ ପରୀକ୍ଷା ପରେ ରାଜ୍ୟରେ ପ୍ରବେଶ ପାଇଁ ରାୟ ଦେଇଥିଲେ । ତେବେ ସୁପ୍ରିମ କୋର୍ଟ ଏହି ନିଷ୍ପତ୍ତିକୁ ରଦ୍ଦକରି ବିନା ପରୀକ୍ଷାରେ ରାଜ୍ୟକୁ ପ୍ରବାସୀମାନଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେବା ପରେ ଏବେ ଘରେ ଘରେ କରୋନା ପସିବାର ଆଶଙ୍କା ସୃଷ୍ଟି ହୋଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ୧ଲକ୍ଷ ୨୦ହଜାର ପାର ହୋଇ ଯାଇଛି । ଏଭଳି ସ୍ଥିତିରେ ଆଇସିଏମଆର୍‌ର ଆଡ଼ଭାଇଜରି କି କାମରେ ଲାଗିବ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି । ସବୁ କିଛି ବିଗିଡିଗଲା ପରେ ଆଇସିଏମ୍‌ଆର୍‌ ମୁଣ୍ଡରେ ବୁଦ୍ଧି ପସିବା କଥାକୁ ଅଧିକାଂଶ ଲୋକେ ଚୋର ଗଲା ପରେ ବୁଦ୍ଧି ଆସିବା ସଦୃଶ ଘଟଣା ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here