Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ମୋଟ ୧୪୩୪ ଜଣ ନୁଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ୫୪୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହି ୫୪୫ ଜଣ କାହା କାହା ଠାରୁ ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସରକାରି ତଥ୍ୟ ବା ସୂଚନା ଆଉ ପ୍ରଦାନ କରାଯାଉ ନାହିଁ । ଗତ କିଛିଦିନ ଧରି ସ୍ଥାନୀୟ ସଂକ୍ରମଣ ଚରଣ ସୀମାରେ ପହଞ୍ଚିଥିବା ବେଳେ ସରକାର ଏହାକୁ କିଭଳି ଭାବରେ ମୁକାବିଲା କରିବେ ସେ ନେଇ ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠୁଛି । ସବୁଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡାରୁ ୧୯୭ ଜଣ, କଟକରୁ ୧୨୩ ଜଣ ଏବଂ ଗଜପତିରୁ ୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୨ ଜଣ, ଅନୁଗୁଳରୁ ୯ ଜଣ, ବରଗଡରୁ ୫ ଜଣ, ଭଦ୍ରକରୁ ୨୫ ଜଣ, ବୌଦ୍ଧରୁ ୫ ଜଣ, ଦେବଗଡରୁ ୨ ଜଣ, ଢେଙ୍କାନାଳରୁ ୧୩ ଜଣ, ଜଗତସିଂହପୁରରୁ ୧୩ ଜଣ, ଯାଜପୁରରୁ ୫୭ ଜଣ, ଝାରସୁଗୁଡାରୁ ୬ ଜଣ, କଳାହାଣ୍ଡିରୁ ୧୮ ଜଣ, କନ୍ଧମାଳରୁ ୪୪ ଜଣ, କେନ୍ଦ୍ରାପଡାରୁ ୨୨ ଜଣ, କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୧୨ ଜଣ, ମାଲକାନାଗିରିରୁ ୨୪ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡରୁ ୮ ଜଣ, ନୁଆପଡାରୁ ୭ ଜଣ, ପୁରୀରୁ ୬୫ ଜଣ, ସମ୍ବଲପୁରରୁ ୫୧ ଜଣ, ସୋନପୁରରୁ ୬ ଜଣ ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସୁଚନା ଓ ଲୋକ ସମ୍ଫର୍କ ବିଭାଗ ତରଫରୁ ଦିଆଯଅଇଥିବା ତଥ୍ୟ ଅନୁଯାୟୀ ଏଯାବତ ମୋଟ ୫୪୩୩୧୬ କରୋନା ଟେଷ୍ଟିଂ ମଧ୍ୟରୁ ୩୪୯୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୪୦୪ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here