Spread the love

ଭୁବନେଶ୍ବର : କଟକ -ଭୁବନେଶ୍ବରରେ କରୋନା ନିୟମ ବାରମ୍ବାର ଉଲ୍ଲଘଂନ ପ୍ରସଙ୍ଗରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଅମାନିଆଙ୍କୁ ସାବାଡ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।ଏନେଇ ମାର୍କେଟ ଅଞ୍ଚଳ ମାନଙ୍କରେ ଅମାନିଆଙ୍କୁ ସାବାଡ ପାଇଁ କୋଭିଡ ଏନଫୋର୍ସମେଣ୍ଟ ଟିମ ଗଠନକରାଯିବ । ଏହାସହ ହଟସ୍ପଟ ଉପରେ କଡା ନଜର ରଖାଯିବ ବୋଲି ପୋଲିସ ଡିଜି କହିଛନ୍ତି । ତେବେ ଟୁଇନସିଟିରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯିବ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରାଯିବ । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତି ଜୋନରେ ଜଣେ ଡିସିପି ନେତୃତ୍ବରେ ରହିବେ ବୋଲି ପୋଲିସ ଡିଜି କହିଛନ୍ତି ।

LEAVE A REPLY

Please enter your comment!
Please enter your name here