Spread the love

ୱାଶିଂଟନ : ଭାରତୀୟ ନାରୀମାନେ ବିଶ୍ୱର ସବୁଠାରୁ ଅସୁନ୍ଦର, ଧର୍ମାନ୍ଧ ଓ ଯୌନ ବିହୀନ । ଏପରିକି ଆଫିକାର ନାରୀମାନେ ପଶୁ ପ୍ରବୃତ୍ତିର ହୋଇଥିଲେ ମଧ୍ୟ ସେମାନଙ୍କୁ ସାମାନ୍ୟ ସ୍ପର୍ଶ କରିବାକୁ ଇଚ୍ଛା ହୋଇପାରେ ହେଳେ ଭାରତୀୟ ନାରୀମାନଙ୍କ ପ୍ରକୃତି ଓ ରୂପ ଓ ଗୁଣ ଲାଗି ସେମାନଙ୍କୁ ସ୍ପର୍ଶ କରିବାକୁ ଇର୍ଚ୍ଚା ହେବନାହିଁ ବୋଲି ୭୦ ଦଶକରେ ତକ୍ରାଳୀନ ଆମେରୀକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏଭଳି ମତାମତ ଦେଇଥିଲେ । ଏପରିକି ୧୯୭୧ ମସିହାରେ ଭାତର-ପାକିସ୍ଥାନ ଯୁଦ୍ଧ ସମୟରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କୁ ପିଶାଚୁଣୀ ଓ ଭାରତୀୟମାନଙ୍କୁ ଜାରଜ ବୋଲି ନିକ୍ସନ କହିଥିଲେ । ଏଭଳି ଏକ ଟେପକୁ ଏବେ ପ୍ରସିଦ୍ଧ ପ୍ରିନ୍ସଟୋନ ଏକାଡେ଼ମୀରୁ ଉଦ୍ଧାର କରାଯାଇଛି ଯେଉଁଥିରେ ନିକ୍ସନଙ୍କ ସହ ଆମେରୀକାର ତକ୍ରାଳୀନ ଜାତୀୟ ସୁରକ୍ଷା ପରାମର୍ଶଦାତା କିସିଙ୍ଗେର ଓ ହ୍ୱାଇଟ ହାଉସର କର୍ମଚାରୀ ମୁଖ୍ୟ ହାଲଡେ଼ମେନ ପ୍ରମୁଖ ଏଭଳି ବାର୍ତ୍ତାଳାପ କରୁଥିବାର ରେକଡିଂ ରହିଛି । ଏହି ରିକଡିଂରେ ନିକ୍ସନ ଭାରତୀୟ ନାରୀମାନଙ୍କୁ ସବୁଠାରୁ ଅସୁନ୍ଦର କହୁଥିବାର ଶୁଣାଯାଇଛି । ଆଫ୍ରିକାର ମହିଳାମାନଙ୍କ ଠାରେ ଯୌନ କାମନା ରହିଛି , ସେମାନଙ୍କୁ ସ୍ପର୍ଶ କରିହେବ । କିନ୍ତୁ ଭାରତୀୟ ନାରୀମାନେ ସେମାନଙ୍କ ଠାରୁ ବି ହୀନ । ସେମାନଙ୍କୁ ସ୍ପର୍ଶ କରିହେବ ନାହିଁ ବୋଲି ଖୋଦ ନିକ୍ସନ ସେତେବେଳେ କହିଥିଲେ । ଏପରିକି ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀଙ୍କ ସହ ନିକ୍ସନ କଥାବାର୍ତ୍ତା ହେବାପରେ କିସିଙ୍ଗେର ସ୍ୱର୍ଗତ ଗାନ୍ଧୀଙ୍କ ସଂପର୍କରେ ନକାରତ୍ମକ ମନ୍ତବ୍ୟ ଦେଇଥିଲେ । ଏପରିକି ଆମେରୀକାର ବୈଦେଶୀକ ନୀତି ଉପରେ ଏହି ଭାବନା ପ୍ରତିକୂଳ ପ୍ରଭାବ ପକାଇଥିଲା । ଯୌନ ସମ୍ବନ୍ଧକୁ ନେଇ ଅନ୍ଧ ବିଶ୍ୱାସରେ ଥିବା ଆମେରୀକା ଭଳି ଦେଶର ବୈଦେଶୀକ ନୀତି ସେତେବେଳେ କେତେ ତଳକୁ ଖସି ଯାଇଥିଲା ତାହା ଏଥିରୁ ଅନୁମାନ କରିହେବ । ଏଭଳି ଭାବନା ପାଇଁ ଆମେରୀକା ଓ ଭାରତର ସଂପର୍କ ମଧ୍ୟ କେବେବି ଭଳ ହୋଇ ପାରି ନଥିଲା । ଦକ୍ଷିଣ ଏସିଆ ସହ ବୈଦେଶୀକ ନୀତିରେ ବ୍ୟାପକ ପାତର ଅନ୍ତର ନୀତି ଆମେରୀକା ପକ୍ଷରୁ କରାଯାଉଥିଲା । ତେବେ ଏଭଳି କଥା ପାଇଁ କିଙ୍ଗିସେର ପରବର୍ତ୍ତୀ ଅବସ୍ଥାରେ କ୍ଷମା ପ୍ରାର୍ଥନା କରିବା ସହ ଇନ୍ଦିରାଙ୍କ ସମାଧିସ୍ଥଳକୁ ଯାଇ ସମ୍ମାନ ପ୍ରଦର୍ଶନ କରିଥିଲେ । ତେବେ ସେତେବେଳେ ଏହି ଘଟଣା ସଂପର୍କରେ କେହି ଯାଣିବାକୁ ସୁଯୋଗ ପାଇ ପାରିନଥିଲେ । ଆମେରୀକାର ତକ୍ରାଳୀନ ରାଷ୍ଟ୍ରପତି ଯଦି ଏଭଳି ଘୃନ୍ୟ ମନୋଭାବରେ ଜଡ଼ିତ ଥିଲେ ତେବେ ସାଧାରଣରେ ତାହା କେତେ ପ୍ରଭାବ ପକାଇ ନଥିବା କହିବା କଷ୍ଟ ବୋଳି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here