Spread the love

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ଜେଲକୁ ପଠାଯାଇଛି । ଏବେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି ।ତାଙ୍କ ପାଖରେ ଶୋଇବା ପାଇଁ ବିଛଣା ନାହିଁ କି ପଙ୍ଖା ନାହିଁ।ଜେଲରେ ରିୟା ଚକ୍ରବର୍ତ୍ତୀଙ୍କୁ ଶୋଇବା ପାଇଁ ମସିଣା ଦିଆଯାଇଛି। ତାଙ୍କୁ ବିଛଣା ଏବଂ ତକିଆ ମଧ୍ୟ ଦିଆଯାଇନାହିଁ।ସୁରକ୍ଷା କାରଣରୁ ରିୟାଙ୍କୁ ଏକ ଅଲଗା ରୁମର ସେଲରେ ରଖାଯାଇଛି। ଏହି ସେଲ୍ ବାହାରେ ୩ଟି ଶିଫ୍ଟରେ ୨ଜଣ ପୋଲିସ୍ କର୍ମଚାରୀ ମୁତୟନ ଅଛନ୍ତି। ଅନପଟେ ରିୟା ଚକ୍ରବର୍ତ୍ତୀଙ୍କୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲର ସାମନାରେ ରଖାଯାଇଛି। ଇନ୍ଦ୍ରାଣୀ ନିଜ ଝିଅ ଶୀନା ବୋରାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here