Spread the love

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଓ ଦେପସାଙ୍ଗ ସମତଳ ଅଞ୍ଚଳରୁ ଚୀନ ନିଜ ସେନା ପ୍ରତ୍ୟାହାର କରୁନଥିବା ଓ ଲଦାଖରୁ ଆରମ୍ଭ କରି ଅରୁଣାଞ୍ଚଳ ପ୍ରଦେଶ ପର୍ଯ୍ୟନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସେନା ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଆଜି ଦୁଇ ସେନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ପୂର୍ବରୁ ଏହି ବୈଠକ ଜୁଲାଇ ୩୦ରେ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ସୀମାରେ ଚୀନ କାର୍ଯ୍ୟର ସମୀକ୍ଷା କରିବା ପରେ ଭାରତ ଉକ୍ତ ବୈଠକ ପ୍ରତି ଗୁରୁତ୍ୱ ଦେଇନଥିଲା । ମାତ୍ର ଶନିବାର ସନ୍ଧ୍ୟାରେ ଚୀନ ପକ୍ଷରୁ ବୈଠକ ପାଇଁ ଅନୁରୋଧ କରାଗଲା ପରେ ଭାରତ ଏଥିପାଇଁ ରାଜି ହୋଇଥିଲା ଓ ଆଜି ଅପରାହ୍ନରେ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା । ଚାସୁଲ-ମୋଲ୍ଡୋ ବର୍ଡର ମିଟିଂ ପଏଣ୍ଟରେ ଚୀନ ପଟେ ଥିବା ପୋଷ୍ଟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଭାରତ ପକ୍ଷରୁ ୧୪ କର୍ପସ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ଜିଂଜିଆଙ୍ଗ ସାମରିକ ଜିଲ୍ଲାର କମାଣ୍ଡର ମେଜର ଜେନେରାଲ ଲିଉ ଲିନଙ୍କ ମଧ୍ୟରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here