Spread the love

ନୂଆଦିଲ୍ଲୀ: ମଇ ଆରମ୍ଭରୁ ପୂର୍ବ ଲଦାଖରେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମଣ କରିଛି । ପ୍ରତିରକ୍ଷା ବିଭାଗ ଏହାକୁ ସ୍ୱୀକାର କରି ନିଜ ୱେବ ସାଇଟରେ ଗତ ମଙ୍ଗଳବାରଠାରୁ ଏ ସମ୍ପର୍କରେ ତଥ୍ୟ ଅପଲୋଡ କରାଯାଇଥିଲା । ମାତ୍ର ଆଜି ସକାଲୁ ଏହାକୁ ହଟାଇ ଦିଆଯାଇଛି । ୱେବ ସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୦ ମଇ ୫ରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିଶେଷ କରି ଗଲୱାନ ଉପତ୍ୟକାରେ ଚୀନ ସେନା କାର୍ଯ୍ୟକଳାପ ବୃଦ୍ଧି ପାଉଛି । କୁଙ୍ଗ୍ରାଙ୍ଗ ନଳା, ଗୋଗ୍ରା, ପାଙ୍ଗୋଙ୍ଗ ହ୍ରଦର ଉତ୍ତର ପାଶ୍ୱର୍ରେ ମଇ ୧୭/୧୮ ତାରିଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମଣ କରିଛି ଚୀନ ସେନା । ୱେବସାଇଟରେ ଜୁନ ୬ ତାରିଖର ସାମରିକ କମାଣ୍ଡରସ୍ତରୀୟ ବୈଠକ ଓ ଜୁନ ୧୫ ତାରିଖ ରାତିର ରକ୍ତାକ୍ତ ସଂଘର୍ଷ ସମ୍ପର୍କରେ ସୁଚନା ଦିଆଯାଇଥିଲା । ୱେବସାଇଟର ‘ହ୍ୱାଟ୍ସ ନ୍ୟୁ’ ବିଭାଗରେ ‘ଚୀନ ଅତିକ୍ରମଣ’ ଟ୍ୟାଗରେ ଉକ୍ତ ସୁଚନା ସବୁ ଦିଆଯାଇଥିଲା । ତେବେ ଆଜି ସକାଳୁ ୱେବସାଇଟରୁ ଉକ୍ତ ତଥ୍ୟ ସବୁ ଗାଏବ ହୋଇଯାଇଛି । ଏପରିକି ଉକ୍ତ ତଥ୍ୟ ପାଇଁ ଦିଆଯାଇଥିବା ଲିଙ୍କ ମଧ୍ୟ କାମ କରୁନାହିଁ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ ।

LEAVE A REPLY

Please enter your comment!
Please enter your name here