Spread the love

ନୂଆଦିଲ୍ଲୀ
ଗତ କିଛି ମାସ ହେଲା ଦକ୍ଷିଣ କୋରିଆ ଦ୍ୱାରା ପ୍ରକାଶିତ ହୋଇଥିବା କିମ ଜୋଙ୍ଗ ଉନଙ୍କ ଫଟୋ ଗୁଡିକ ଜାଲ ବୋଲି ଦାବି ହୋଇଛି । ଦକ୍ଷିଣ କୋରିଆର ବିବଂଗତ ରାଷ୍ଟ୍ରପତି କିମ ଡେ-ଜଙ୍ଗଙ୍କ ଜଣେ ପୂର୍ବତନ ସହଯୋଗୀ ଚାଙ୍ଗ ସଙ୍ଗ-ମିନ ଏହି ଦାବି କରିଛନ୍ତି । ରିପୋର୍ଟ ଅନୁଯାୟା ସେ ଦାବି କରିଛନ୍ତି ଯେ ଏବେ ଏକଛତ୍ରଶାସକ କିମ ଜୋଙ୍ଗ କୋମାରେ ଅଛନ୍ତି ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଶାସନ କାର୍ଯ୍ୟ ସମ୍ଭାଳିବା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ ମାମଲା ବୁଝୁଛନ୍ତି । ଚାଙ୍ଗ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିିଛନ୍ତି ଯେ ଦକ୍ଷିଣ କୋରଆର ନେତାମାନେ ଅସୁସ୍ଥ ନହେବା ଯାଏଁ କିମ୍ବା ପଦଚ୍ୟୁତ ନହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ କେବେ ନିଜ ଅଧିକାର ପ୍ରଦାନ କରିନଥାନ୍ତି । କିମ ଜୋଙ୍ଗ କୋମାରେ ଥିବା ମୁଁ ଅନୁମାନ କରୁଛି । କିନ୍ତୁ ସେ ମୃତ୍ୟୁବରଣ କରିନାହାନ୍ତି । ଏ ଯାଏଁ ଏକ ସମ୍ପୂର୍ଣ ଉତ୍ତରାଧିକାରୀ ବ୍ୟବସ୍ଥା ଗଠନ କରାଯାଇ ନାହିଁ । ଦୀର୍ଘ ଦିନ ପର୍ଯ୍ୟନ୍ତ ଘଟଣାକୁ ଘୋଡାଇ ରଖାଯାଇପାରିବ ନାହିଁ । ତେଣୁ ସେମାନେ କିମ ଜୋଙ୍ଗଙ୍କ ଫଟୋ ପ୍ରକାଶ କରୁଛନ୍ତି । ଚୀନର ଏକ ସୂତ୍ରରୁ କିମ କୋମାରେ ଥିବା ଜଣାପଡିଛି ବୋଲି ଚାଙ୍ଗ ଦାବି କରିିଛନ୍ତି । ଦକ୍ଷିଣ କୋରିଆର ଖବର କାଗଜ ଅନୁଯାୟୀ ସିଓଲର ସ୍ପାଇ ଏଜେନ୍ସି କହିଛି ଯେ ଆଇନ ପ୍ରଣେତାମାନେ ଆଇନ ବ୍ୟବସ୍ଥାକୁ ନେଇ ଏକ ରୁଦ୍ଧ ଦ୍ୱାର ବୈଠକ କରିଥିଲେ । ବୈଠକରେ କିମଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଏକ ନୂଆ ଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲେ । ଏଥିରେ ଘନିଷ୍ଠ ସହଯୋଗୀଙ୍କ ସହ ତଥ୍ୟ ଆଦାନପ୍ରଦାନର ବ୍ୟବସ୍ଥା ଥିଲା । ତେବେ ନୂଆ ବ୍ୟବସ୍ଥା କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧୀ ନୁହେଁ ବୋଲି ଜାତୀୟ ଗୁଇନ୍ଦା ଏଜେନ୍ସି କହିଛି । କିମ ଜୋଙ୍ଗ ଦୀର୍ଘ ଦିନ ଧରି ସାର୍ବଜନୀନ ସ୍ଥାନରେ ଦେଖାନଯିବା ପରେ ଚାଙ୍ଗ ଏହି ଦାବି କରିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୧୧ରେ ଶେଷ ଥର ପାଇଁ ତାଙ୍କୁ ଏକ ବୈଠକରେ ଦେଖିବାକୁ ମିଳିଥିଲା । ଏହା ପରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ-ଇନ କିମଙ୍କ ମୃତ୍ୟୁ ଖବରକୁ ଖଣ୍ଟନ କରି ସେ ସୁସ୍ଥ ଏବଂ ଜୀବିତ ଥିବା କହିଥିଲେ । ପରେ ମେ ୨ରେ କିମ ଏକ ସାର କାରଖାନା ଉଦଘାଟନୀ ଉତ୍ସବରେ ସାମିଲ ଥିବା ନେଇ କେସିଏନଏରେ ଖବର ପ୍ରକାଶ ପାଇଥିଲା । ତେବେ ମିଡିଆରେ ପ୍ରକାଶ ପାଇଥିବା ସମସ୍ତ ଫଟୋ ଜାଲ ବୋଲି ଚାଙ୍ଗ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here