Spread the love

ନୂଆଦିଲ୍ଲୀ : ଦେଶରେ ଗୋଟିଏ ହେଲେ ବି ୨ହଜାର ଟଙ୍କିଆ ନୋଟ୍‌ ଗତ ଆର୍ଥିକ ବର୍ଷରେ ଛପା ଯାଇ ନାହିଁ ବୋଲି ଆର୍‌.ବି.ଆଇ ପକ୍ଷରୁ ପ୍ରକାଶିତ ଅଗଷ୍ଟ ୨୫ ତାରିଖ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୬ ଅଗଷ୍ଟ ୮ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାକରଣ କରାଇ ୫ଶହ ଓ ୧ହଜାର ଟଙ୍କା ନୋଟକୁ ରଦ୍ଦ କରିଥିଲେ । ପରେ ନୂଆ ୫ଶହ ଟଙ୍କିଆ ସହ ୨ହଜାର ଟଙ୍କା କାଗଜ ନୋଟ ପ୍ରଚଳନ କରିଥିଲେ । ଦେଶରେ ପ୍ରଚଳିତ ମୁଦ୍ରାରେ ୮୬ ଭାଗ କେବଳ ଏହି ଦୁଇ ପ୍ରକାର ନୋଟ୍‌ ରହିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଥମେ ୨ହଜାର ଟଙ୍କିଆ ୩.୩୬ ବିଲିୟନ ଖଣ୍ଡ ବ୍ୟାଙ୍କରେ କାରବାର ହୋଇଥିଲା । ସେହିଭଳି ୨୦୧୮-୧୯ରେ ଏହାର ଚାହିଦା କମିଯାଇ ୩.୨୯ବିଲିୟନ ଖଣ୍ଡରେ ରହିଥିଲା । ସେହିଭଳି ୨୦୧୯-୨୦ ମସିହାରେ ଏହା ଆହୁରି କମିଯାଇ ୨.୭୩ ବିଲିୟନରେ ଖଣ୍ଡରେ ସୀମିତ ରହିଥିଲା । ବାରବାର ୨ହଜାର ଟଙ୍କିଆ ନୋଟ୍‌ ଚାହିଦା ହ୍ରାସ ହେବ ଫଳରେ ଆଉ ଟଙ୍କା ଛାପିବା ପାଇଁ କୌଣସି ନୂତନ ନିର୍ଦ୍ଦେଶ ଦିଆଯାଇ ନଥିବା ଆର୍‌.ବି.ଆଇ ରିପୋର୍ଟରେ ଦର୍ଶାଯାଇଛି । ସୂଚନାଯେଗ୍ୟ ଯେ ଯେ କୌଣସି ମୁଦ୍ରା ଛାପିବା ପାଇଁ କେନ୍ଦ୍ର ସରକାର ଓ ଆର୍‌.ବି.ଆଇ ମଧ୍ୟରେ ମିଳିତ ସହମତିର ଆବଶ୍ୟକତା ରହିଥାଏ ।

LEAVE A REPLY

Please enter your comment!
Please enter your name here