Spread the love
ଇନ୍ଦୋର : ମଙ୍ଗଳବାର ପ୍ରସିଦ୍ଧ ଗଜଲ ଲେଖକ ରାହତ ଇନ୍ଦୌରୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।ଆଜି ସକାଳେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ।ରାହତ ଇନ୍ଦୌରୀଙ୍କ ପୁଅ ସତଲେଜ ଏହି ବିଷୟରେ ସୂଚନା ଦେଇଥିଲେ । ତାଙ୍କୁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୃତ୍ୟୁ ବେଳେ ତାଙ୍କୁ ୭୦ ବର୍ଷ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହି ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here