Spread the love

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଚଳିତ ଶିକ୍ଷା ବର୍ଷ ପାଇଁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି-୨୦୨୦ ଅଗଷ୍ଟରେ ଅନୁଷ୍ଠିତ ହେବ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୧୨ରୁ ୩୧ ପର୍ଯ୍ୟନ୍ତ ଆବେଦନ ସମୟ ସୀମା ରଖାଯାଇଥିବା ବେଳେ ସେପ୍ଟେମ୍ବର ୨୦ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ । ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ପରେ ଅକ୍ଟୋବର ୨୫ରେ ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ନଭେମ୍ବର ୨୦ ସୁଦ୍ଧା ନାମ ଲେଖା କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଡିସେମ୍ବର ୧ରୁ ପାଠପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here